Thursday, July 2, 2026
36.1 C
Brahmapur

ହିଞ୍ଜିଳିରେ ଓଏଭି ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଲେ ୫୦୩ ବିଦ୍ୟାର୍ଥୀ ।

Share

ହିଞ୍ଜିଳିକାଟୁ /- ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ୍ ର ଓଏଭି ନିମନ୍ତେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ । ହିଞ୍ଜିଳିବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁରେ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ତା ୦୯/୦୧/୨୪ ମଙ୍ଗଳବାର ଦିନ ପ୍ରବେଶିକା ପରୀକ୍ଷା ନିମନ୍ତେ ୫୧୮ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ୫୦୩ ଜଣ ପରୀକ୍ଷା ଦେଇଥିଲେ ଏବଂ ୧୫ଜଣ ଅନୁପସ୍ଥିତ ଥିଲେ। ଏହି ପରୀକ୍ଷା ୩ଟି ବିଦ୍ୟାଳୟର କେନ୍ଦ୍ରରେ ଷଷ୍ଠ ,ଅଷ୍ଟମ ଏବଂ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ପାଇଁ ହୋଇଥିଲା । ଏହି ତିନୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ନିମନ୍ତେ ପୌରାଞ୍ଚଳ ସ୍ଥିତ ସରକାରୀ ଏନ.ଏ.ସି ଉଚ୍ଚ ବିଦ୍ୟାଳୟରେ ଓଏଭି ପ୍ରବେଶିକା ପରୀକ୍ଷା ଦେବାପାଇଁ ୧୧୪ଜଣଙ୍କ ନାମ ନିର୍ଦ୍ଧାରିତ ରହିଥିବା ବେଳେ ୧୧୦ ଜଣ ଉପସ୍ଥିତ ଏବଂ ୦୪ ଅନୁପସ୍ଥିତ ରହିଥିଲେ । ସେହିପରି ସରକାରୀ କଞ୍ଚୁରୁ ବିଦ୍ୟାପୀଠରେ ୨୦୦ଜଣ ଛାତ୍ରଛାତ୍ରୀଙ୍କ ନାମ ରହିଥିବା ବେଳେ ମୋଟ ୧୯୭ଜଣ ଉପସ୍ଥିତ ଏବଂ ୦୩ ଜଣ ଅନୁପସ୍ଥିତ ଥିଲେ । ସେହି ଭଳି ହିଞ୍ଜିଳିବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରେ ମୋଟ ୨୦୪ ଛାତ୍ରଛାତ୍ରୀଙ୍କ ପାଇଁ ନାମ ପଞ୍ଜିକୃତ ଥିବା ବେଳେ ୧୯୬ଜଣ ଉପସ୍ଥିତ,ଏବଂ ୦୮ଜଣ ବିଦ୍ୟାର୍ଥୀ ଅନୁପସ୍ଥିତ ରହିଥିଲେ । ଜଣେ ମାତ୍ର ନବମ ଶ୍ରେଣୀ ନିମନ୍ତେ ଉପସ୍ଥିତ ଥିଲେ। ଏଥିରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଏବଂ ହିଞ୍ଜିଳି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଗିରିଧର ପରୀକ୍ଷା ନିର୍ବାହ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ କଞ୍ଚୁରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ପାଢୀ ଏବଂ ସରକାରୀ ଏନ.ଏ.ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଜନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିଥିଲେ । ଆଜିର ପ୍ରବେଶିକା ପରୀକ୍ଷା ଶାନ୍ତିଶୃଙ୍ଖଳା ଭାବେ ସାରିଥିବା ବିଇଓଙ୍କ ଠାରୁ ସୂଚନା ମିଳିଛି ।

Table of contents [hide]

Read more

Local News