ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ହୋଇଯାଇଛି l

Share

ଗଞ୍ଜାମ ଜିଲ୍ଲା ଚିକରଡ଼ା ଗ୍ରାମ, ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ l ପରିପ୍ରେକ୍ଷୀରେ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ “ଅର୍ପଣ ରଥ”କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ର ଚିକରଡ଼ା ଗ୍ରାମ, ବିଶ୍ଵନାଥପୁର ଗ୍ରାମ ପଞ୍ଚାୟତ, ଦୁମୁଦୁମି, ଇନ୍ଦ୍ରାକ୍ଷୀ, ଗଞ୍ଜୁ ଓ ମନ୍ତ୍ରୀଡ଼ି ଗ୍ରାମ ଗୁଡିକରେ ପ୍ରଦୀପ ପ୍ରଜ୍ବଳନ କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ଚାଉଳ ଓ ଗୁଆ ଅର୍ପଣ କରାଯାଉଛି, ସାରା ପୁର ପଲ୍ଲୀ ତଥା ଗ୍ରାମ “ଜୟ ଜୟ ଜଗନ୍ନାଥ..” ଧ୍ବନିରେ ପ୍ରକମ୍ପିତ ହୋଇ ଭାବମୟ ପରିବେଶ ସୃଷ୍ଟି କରୁଛି..” ମହାପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ ଅର୍ପଣ ରଥ..”, ପ୍ରତେକ ଗ୍ରାମର ପ୍ରତି ଘରର ମା ଭଉଣୀ ମାନେ ନିଜ ନିଜ ଗୃହ ଦ୍ଵାର ମୁହଁରେ ପ୍ରଦୀପ ପ୍ରଜ୍ବଳନ କରି ଗୁଆ ଓ ଚାଉଳ ଅର୍ପଣ କରୁଛନ୍ତି, ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସ୍ଥାନୀୟ ବିଜେଡି ନେତୃବୃ୍ଦ ତଥା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଭକ୍ତଗଣଙ୍କ ସମାରୋହରେ ସମାହିତ ହୋଇ ଭାବମୟ ପରିବେଶରେ ଗ୍ରାମ ଗଳି କନ୍ଦିରେ ଗଡିଚାଲିଛି l

Read more

Local News