Thursday, July 2, 2026
36.1 C
Brahmapur

ଓଡିଶା ସରକାର ଙ୍କ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ସମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି l

Share

ଓଡିଶା ସରକାର ଙ୍କ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ପରିସରରେ ମଙ୍ଗଳା ବାର ଦିନ ଭୀମଭୋଇ ଭିନକ୍ଷମ ସମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଉନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷ ତରେ ଆୟୋଜିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର ଓ ସନମାନିତା ଅତିଥି ଭାବେ ଉପାଧିକ୍ଷ ରିଙ୍କି ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ଭିନ୍ନ କ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ପରାମର୍ଶ ଦେବାଶହ ଯୋଜନା ର ଲାଭ କେମିତି ନେବେ ସେ ନେଇ ଉପସ୍ଥିତ ଥିବା ଭିନ୍ନକ୍ଷମ ଙ୍କୁ ବୁଝାଇଥିଲେ l ଏହି ଅବସର ରେ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଡାକ୍ତରି ପ୍ରମାଣ ପତ୍ର ଆୟ ପ୍ରମାଣ ପତ୍ର ବସ ପାସ ଭର୍ତ୍ତା ଛାତ୍ର ବୃତ୍ତି ଏବଂ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା l ଉକ୍ତ ଶିବିରରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ସଂଖ୍ୟକ ଭିନ୍ନକ୍ଷମ ପହଞ୍ଚି ନାମ ପଞ୍ଜିକରଣ କରିବା ଶହ ସରକାରୀ ଯୋଜନା ପାଇବା ପାଇଁ ଆବେଦନ କରିଥିଲେ l ସେଭଳି ହିତାଧିକାରୀ ମାନଙ୍କୁ କହ୍ନଯନ୍ତ୍ର ସାହାରା ବାଡ଼ି ଏବଂ ତିନିଚକିଆ ସାଇକେଲ ଆଶାବାଡି ବଣ୍ଟନ କରାଯାଇଥିଲା l ଶିବିରରେ ଚକ୍ଷୁ ବିଭାଗ ଗଳା ଓ ନାଶା ବିଭାଗ ଅସ୍ତିସଲ୍ୟ ବିଭାଗ ଓ ମାନସିକ ରୋଗର ବିଶିଷଜ୍ଞ ଡାକ୍ଟର ମାନେ ଉପସ୍ଥିତ ରହି, ଦିବ୍ୟଙ୍କଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାପରେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l

Read more

Local News