
ଚିକିଟି ବ୍ଲକ୍ ଅନ୍ତର୍ଗତ ସୁରଳ ଗ୍ରାମ ପଞ୍ଚାୟତ ରେ ଆଜି ମହାପ୍ରଭୁଙ୍କ ଅର୍ପଣ ରଥ ପହଞ୍ଚି ଥିବା ବେଳେ ଆନୁଷ୍ଠାନିକ ଭାବେ ଏହି ରଥକୁ ସୁରଳ ପଞ୍ଚାୟତ ର ଉତ୍ତରେଶ୍ବର ମହାଦେବ ମନ୍ଦିର କୁ ପାଛୋଟି ନିଆ ଯାଇଥିଲା। ସୁରଳ ସରପଞ୍ଚ ଶ୍ରୀମତୀ ସସ୍ମିତା ସାହୁ, ସମିତି ସଭ୍ୟ ରିତା ବେହେରା,ପିଇଓ ଗଣେଶ ଗୋୖଡ,ଜିଆରସ୍ ପି.ହେମଲତା ରେଡି ସମେତ କୈବର୍ତ୍ତ କୂଳ ଓ ରେଡିକୂଳ ଭକ୍ତ ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମହାପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରଥକୁ ପଞ୍ଚାୟତ ର ଦୁଇ ଗ୍ରାମ ସୁରଳ ଓ କଇଠା ଗ୍ରାମ ପରିକ୍ରମା ନିମନ୍ତେ ଶୁଭାରମ୍ଭ କରିଥିଲେ । ରାସ୍ତାରେ ଝୋଟି, ମୁରୁଜ ଓ ଫୁଲ ପକାଇ ମହିଳାମାନେ ସ୍ବାଗତ କରିଥିବା ବେଳେ ସଂକୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରାରେ ଅର୍ପଣ ରଥଟିକୁ ପଞ୍ଚାୟତର ଦୁଇ ଗ୍ରାମକୁ ନେଇଥିଲେ। ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ଆଉକିଛି ଦିନ ବାକି ରହିଥିବା ବେଳେ ଏହାକୁ ନେଇ ସାରା ରାଜ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।ସାରା ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ପରିକ୍ରମା କରିବ ଓ ଏହି ରଥ ପ୍ରତି ଗାଁ ଗାଁ ବୁଲି ପ୍ରତି ଘରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟା ଗୁଆ ଓ ଚାଉଳ ସଂଗ୍ରହ କରିବ। ଆଜି ସୁରଳ ଗ୍ରାମ ପଞ୍ଚାୟତରେ ରଥଟି ପରିକ୍ରମା କରିଥିବା ସମୟରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା।ପ୍ରଭୁଜଗନ୍ନାଥଙ୍କ ମହିମା ପ୍ରଚାର ଓ ପ୍ରସାର ଉଦେଶ୍ୟ ରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତା ଜାନୁୟାରୀ ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ର ରଥପ୍ରରିକ୍ରମା ରେ ସୁରଳ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀ ର ମାଁ ଭଉଣୀ ମାନେ ଓ ବହୁ ଆଧ୍ୟାତ୍ମିକ ପ୍ରେମୀ ଭାଇ ଭଉଣୀ ମାନେ ରଥ ପରିକ୍ରମା ସାମିଲ ହୋଇ ସହଯୋଗ କରିଥିଲେ।
