Thursday, July 2, 2026
36.1 C
Brahmapur

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ l

Share

ପରିପ୍ରେକ୍ଷୀରେ ଓଡ଼ିଶାର ଘରୁ ଘରୁ ମୁଠାଏ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ “ଅର୍ପଣ ରଥ”କୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ଗ୍ରାମପଞ୍ଚାୟତର ଗୌଡ଼ଗାଁ ଠାରେ ଭବ୍ୟ ସ୍ଵାଗତ କରି ଦାଉଣୀ, ଲହୁଣିଆ, ଜାମସାହି, ଗାଇଡ଼ା, ବାଲିସାହି, ମାଣିପୁରପଲ୍ଲୀ, ଓ ବୁଢାଢେପ ଗ୍ରାମ ଗୁଡିକରେ ପ୍ରଦୀପ ପ୍ରଜ୍ବଳନ କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ଚାଉଳ ଓ ଗୁଆ ଅର୍ପଣ କରାଯାଇଥିଲା, ସାରା ପୁର ପଲ୍ଲୀ ତଥା ଗ୍ରାମ “ଜୟ ଜୟ ଜଗନ୍ନାଥ..” ଧ୍ବନିରେ ପ୍ରକମ୍ପିତ ହୋଇ ଭାବମୟ ପରିବେଶ ସୃଷ୍ଟି କରୁଛି..” ମହାପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ ଅର୍ପଣ ରଥ..”, ପ୍ରତେକ ଗ୍ରାମର ପ୍ରତି ଘରର ମା ଭଉଣୀ ମାନେ ନିଜ ନିଜ ଗୃହ ଦ୍ଵାର ମୁହଁରେ ପ୍ରଦୀପ ପ୍ରଜ୍ବଳନ କରି ଗୁଆ ଓ ଚାଉଳ ଅର୍ପଣ କରୁଛନ୍ତି, ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିପ୍ଲବ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସ୍ଥାନୀୟ ବିଜେଡି ନେତୃବୃ୍ଦ ତଥା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଭକ୍ତଗଣଙ୍କ ସମାରୋହରେ ସମାହିତ ହୋଇ ଭାବମୟ ପରିବେଶରେ ଗ୍ରାମ ଗଳି କନ୍ଦିରେ ଗଡିଚାଲିଛି l

Read more

Local News