Thursday, July 2, 2026
36.1 C
Brahmapur

ବୁଗୁଡ଼ା ମନ୍ଦିରରେ ଗରୁଡ ପକ୍ଷୀ,ଦେଖିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ l

Share

ଓଡିଶା ମଧ୍ୟରେ ବହୁ ବର୍ଷ ପୂର୍ବେ କିଛି ଲୋକେ ଦେଖିବାକୁ ପାଉଥିଲେ ଗରୁଡ ପକ୍ଷୀ କିନ୍ତୁ ବହୁଦିନର ବ୍ୟବଧାନ ପରେ ବର୍ତ୍ତମାନ ସମୟରେ ଦେଶର ଅଯୋଧ୍ୟା ଧାମରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ଏବେ ଓଡିଶାର ଅନେକ ମନ୍ଦିରରେ ଗରୁଡ ପକ୍ଷୀ ଆକାଶ ମାର୍ଗରୁ ଖସି ଆସି ଅଚାନକ ଗଛ ଡାଳ ତଥା ମନ୍ଦିରକୁ ଉଡିଉଡି ଯାଇ ବସିଥିବା ଦୃଶ୍ୟ ଦେଖିବାକୁ ମିଳୁଛି l ସେହିଭଳି ଆଜି ଗଞ୍ଜାମଜିଲ୍ଲା ବୁଗୁଡା ସହର ନିକଟବର୍ତ୍ତୀ ଶୈବପୀଠ ବାଲୁଙ୍କେଶ୍ୱର ମନ୍ଦିରକୁ ଏକ ଛୁଆ ଗରୁଡ ପକ୍ଷୀ ଉଡି ଆସି ଆଶ୍ରୟ ନେଇଥିବା ବେଳେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ଦେଖିବାକୁ ପାଇଥିଲେ l ତା’ପରେ ଏହି ଖବର ପ୍ରକଟ ହୋଇ ନାହିଁନଥିବା ଭିଡ ଜମାଇଥିବା ଦେଖିବାକୁ ମିଳିଛି l ଗରୁଡ ପକ୍ଷୀ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବା ହେତୁ କିଛି ଲୋକେ ଗରୁଡ ପକ୍ଷୀ ଟିକୁ ନିଜ ହାତରେ ଧରି ସ୍ନେହ ମଧ୍ୟ କରୁଥିବା ଦେଖିବାକୁ ମିଳିଛି lଗରୁଡ ପକ୍ଷୀଙ୍କୁ ଶ୍ରଦ୍ଧାଳୁମାନେ ଦେଖି ବେସ୍ ଖୁସି ଅନୁଭବକରିବା ସହ ନିଜ ଭାଗ୍ୟକୁ ଧନ୍ଯ ମନେ କରିଛନ୍ତି l ଏହି ଦୃଶ୍ୟକୁ ଅନୁଭବ କରି ମାଳିକା କଥାକୁ କେତେକ ଧ୍ୟାନ ଦେଉଥିବା ଲକ୍ଷ୍ୟ କରୁଛନ୍ତି l

Read more

Local News