ରଙ୍ଗେଈଲୁଣ୍ଡା ବ୍ଲକ, ଛଅ ଖଣ୍ଡ ଗ୍ରାମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା l

Share

ଗଞ୍ଜାମ ଜିଲ୍ଲା ଗୋପାଳପୁର ଅନ୍ତର୍ଗତ , ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ l ପରିପ୍ରେକ୍ଷୀରେ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ “ଅର୍ପଣ ରଥ”କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ର ସତ୍ୟନାରାୟଣ ପୁର , ବର୍ଜିସ ପେଣ୍ଠ , ପାର୍ବତୀ ପୁର , ଆଲିପୁର, ଗଡ଼ ଗାଁ, ନାରାୟଣ ପୁର ଗ୍ରାମ ପଞ୍ଚାୟତ, ଗ୍ରାମ ଗୁଡିକରେ ପ୍ରଦୀପ ପ୍ରଜ୍ବଳନ କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ଚାଉଳ ଓ ଗୁଆ ଅର୍ପଣ କରାଯାଉଛି, ଗ୍ରାମ ଗ୍ରାମ ଭ୍ରମଣ କରି “ଜୟ ଜୟ ଜଗନ୍ନାଥ..” ଧ୍ବନିରେ ପ୍ରକମ୍ପିତ ହୋଇ ଭାବମୟ ପରିବେଶ ସୃଷ୍ଟି କରୁଛି..” ମହାପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ ଅର୍ପଣ ରଥ..”, ପ୍ରତେକ ଗ୍ରାମର ପ୍ରତି ଘରର ମା ଭଉଣୀ ମାନେ ନିଜ ନିଜ ଗୃହ ଦ୍ଵାର ମୁହଁରେ ପ୍ରଦୀପ ପ୍ରଜ୍ବଳନ କରୁଛନ୍ତି, l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସରପଞ୍ଚ,ମହୋଦୟା ସବିତା ସାହୁ, ଙ୍କ ସହଯୋଗୀ ଶ୍ୟାମସୁନ୍ଦର ସାହୁ, ରଙ୍ଗେଈଲୁଣ୍ଡା ସରପଞ୍ଚ ମହଦୟା,ନମିତା କୁମାରୀ ମାହାଙ୍କୁଡ ଙ୍କ ସହଯୋଗୀ ଶରତ ଚନ୍ଦ୍ର ମାହାଙ୍କୁଡ଼, ଓ ପ୍ରତେକ ମା ମାନେ ତଥା ନାଚ ଗୀତରେ ମହାପ୍ରଭୂଙ୍କୁ ଶ୍ରୀଜଗନ୍ନାଥଙ୍କର ଭକ୍ତଗଣଙ୍କ ସମାରୋହରେ ସମାହିତ ହୋଇ ଭାବମୟ ପରିବେଶରେ ଗ୍ରାମ ଗଳି କନ୍ଦିରେ ଗଡିଚାଲିଛି l

Read more

Local News