25 ରୁ 28 ଗୋପାଳ ପୁର ବେଳାଭୂମି ମହୋଉତ୍ସବ l

Share

ଛତ୍ରପୁର ଗଞ୍ଜାମ ଜିଲ୍ଲାରେ ଚଳିତ ମାସ 25ରୁ 28 ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋଉତ୍ସବ ଅନୁଷ୍ଠିତ ହେବ l ଏ ନେଇ ବୁଧବାର ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପାଳଙ୍କ ସଦ ?ଭାବନା ସଭାଗୃହ ପ୍ରକୋଷ୍ଠଠାରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା, ଗୋପାଳପୁର ବେଳାଭୂମି ମହୋଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟ ଜୋତି ପରିଡା ଅଧକ୍ଷତା କରିଥିଲେ l ସୂଚନା ଯୋଗ୍ୟ, ପ୍ରତି ବର୍ଷ ଡିସେମ୍ବର 24 ରୁ 28 ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋଉତ୍ସବ ଅନୁଷ୍ଠିତ ହୋଇଆସୁଥିଲା l ଏ ନେଇ ପର୍ଯ୍ୟଟନ କ୍ୟାଲଣ୍ଡର ମଧ୍ୟ ସ୍ଥାନିତ ଅଛି l ତେବେ ଉକ୍ତ ଧର୍ଯ୍ୟ ତାରିଖରେ 2023 ରେ ଗୋପାଳପୁର ବେଳାଭୂମି ମହୋଉତ୍ସବ ଅନୁଷ୍ଠିତ ହୋଇପାରି ନ ଥିଲା l ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶିକ୍ଷଣ ଓ ଭୋଟର ତାଲିକା ପ୍ରସ୍ତୁତି ନେଇ ସରକାରୀ ଅଧିକାରୀ ଓ କର୍ମଚାରୀ ବ୍ୟସ୍ତ ଥିବାରୁ ଏହି ମହୋଉତ୍ସବ ଆୟୋଜନ କୁ ସ୍ଥଗିତ ରଖାଯାଇଥିଲା l ଏଥିରେ ବ୍ରହ୍ମପୁର ଏସ ପି ବିବେକ ଶ୍ରବଣ ଏମ, ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ଭି କାର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର କମିଶନର ଯେ ସୋନାଲି ପ୍ରମୁଖ ଉପସ୍ଥିତ ଥିଲେ l

Read more

Local News