ଗୋପାଳପୁର,11/01/24 ମହାମହିମ ରାଜ୍ୟପାଳ ରଘୁବର ଦାସ ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ ରହିଥିବା ବେଳେ ଆଜି ସକାଳ 11.15 ସମୟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ଅବତରଣ କରିଥିଲେ l ସେଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି, କିର୍ତ୍ତୀ ଭାସନ, ବ୍ରହ୍ମପୁର ଏସ.ପି ଡା ଶ୍ରବଣା ବିବେକ ଏମ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ପରେ ଏୟାର ଷ୍ଟ୍ରିପରେ ରାଜ୍ୟପାଳଙ୍କୁ ଗାର୍ଡଅଫ ଅନର ଦିଆଯାଇଥିଲା l ପରେ ଜାତୀୟ ରାଜପଥ ଦେଇ ପାରଳାଖେମୁଣ୍ଡି ଗସ୍ତ କରିଥିଲେ l ବ୍ରହ୍ମପୁର ସଦର ଏସ ଡି ପି ଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସାଇବର ଡ଼ି ଏସ ପି ଅକ୍ଷୟ ନାୟକ, ଅଗ୍ନିଶମ ବାହିନୀ,ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଉପସ୍ଥିତ ଥିଲେ l ଗୁରୁବାର ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀ ଦର୍ଶନ ପରେ ହୁମ୍ମା, ଛତ୍ରପୁର, ଚମାଖଣ୍ଡି, କୁକୁଡାଖଣ୍ଡି ଗସ୍ତ କରି ଅପରାହ୍ନ 04.50 ସମୟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରୁ ବିମାନ ଯୋଗେ ଭୁବନେଶ୍ୱର ଗସ୍ତ କରିବେ ବୋଲି ସୂଚନା ରହିଛି l


