ବ୍ରହ୍ମପୁର ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପୀଠରେ ଦେଶର ଜସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ଦ୍ଵାଦଶ ବର୍ଷ ପୂର୍ତ୍ତୀ ଅବସରରେ ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ତତ୍ତ୍ଵାବଧାନରେ ଭବ୍ୟ ଯଜ୍ଞ, ରୁଦ୍ରାଭିଷେକ, ହୋମ ଓ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶର ସୁଖ, ଶାନ୍ତି, ସମୃଦ୍ଧି ଏବଂ “ବିକଶିତ ଭାରତ” ଗଠନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ବିଧାୟକ ପ୍ରତିନିଧି ପ୍ରଦୀପ ନାୟକ ,ଅଶୋକ ଶୁକ୍ଳ, ଶିବ ପ୍ରସାଦ ଦାଶ,ବଦ୍ରିନାରାୟଣ ନାୟକ,ମଣ୍ଡଳ ସଭାପତି ବର୍ଷା ବିଦୁସ୍ମିତା, ଜଗନ୍ନାଥ ଜେନା ରୀତା ସେଠୀ, ସି ଏଚ ବିକ୍ରମ ଦାସ, ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପ୍ରବକ୍ତା ଟି ଗୋପି, ପୂର୍ବତନ ବିଡିଏ ଅଧ୍ୟକ୍ଷ ସରତ ପଟ୍ଟନାୟକ, ବିପିନ ବିହାରୀ ଦାଶ , ସବିତା ସୁଆର, ମନିତା ଦାଶ,ନିବେଦିତା ପାଢୀ,ପ୍ରଭାତ ଷଡଙ୍ଗୀ, ସୁନୀଲ କୁମାର ସାହୁ, ରତ୍ନଗର୍ଭା ସରସ୍ଵତୀ ଦେବୀ, ଶିବ ଯାଦବ, ସୁକାନ୍ତ ଦଳେଇ,କାହ୍ନା ପାତ୍ର, ଗୋପାଳ ରଥ, ଚିତ୍ତ ସାହୁ, ମଦନ ସାହୁ, ଉଦ୍ଧବ ବିଶୋୟୀ, ଅନଙ୍ଗ ପଣ୍ଡା,ଗାନା ସ୍ଵାମୀ, ଶଙ୍କର ରାଓ,ଭିକି ଆଚାରୀ, ଗୀତା ଦାସ, ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା, ଜନପ୍ରତିନିଧି ଓ ଭକ୍ତମାନେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ପୂଜାକର୍ମରେ ସାମିଲ ହୋଇ ମୋଦୀ ସରକାରଙ୍କ ୧୨ ବର୍ଷର ଜନକଲ୍ୟାଣ, ବିକାଶ ଓ ସୁଶାସନର ଯାତ୍ରାକୁ ସ୍ମରଣ କରି ସମସ୍ତେ ଦେଶର ଉନ୍ନତି ପାଇଁ ସଂକଳ୍ପ ନେଇଥିଲେ। ଦେଶବ୍ୟାପୀ ଭାବେ ମୋଦୀ ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସେବା, ଜନସମ୍ପର୍କ ଓ ସଚେତନତା, ପୂଜାର୍ଚ୍ଚନା ଆଦି କାର୍ଯ୍ୟକ୍ରମ ପାଳନ କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ଶାସନ ଦ୍ଵାଦଶବର୍ଷ ପୂର୍ତ୍ତୀ ଅବସରରେ ବିଧାୟକଙ୍କ ତତ୍ତ୍ଵାବଧାନରେ ରୁଦ୍ରାଭିଷେକ, ହୋମ ଯଜ୍ଞ,ଦୀପଦାନ କାର୍ଯ୍ୟକ୍ରମ
Share
Read more