Thursday, June 11, 2026
32.6 C
Brahmapur

ଧାରଣାରେ ବସିଲେ ହଳଦିଆପଦର ସମିତିସଭ୍ୟ

Share

ରଙ୍ଗେଇଲୁଣ୍ଡା: କନିଷି ତହସିଲଦାରଙ୍କ ମନମୁଖ କାର୍ଯ୍ୟ ପ୍ରତିବାଦରେ ଆଜି ହଳଦିଆପଦର ସମିତି ସଭ୍ୟ ଧାରଣା ଦେବାସହ ତହସିଲଦାରଙ୍କ କାର୍ଯ୍ୟକଳାପ ବିରୋଧରେ ତୀବ୍ର ଅଭିଯୋଗ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ କିଛିଦିନଧରି କନିଷି ତହସିଲଦାରଙ୍କ କାର୍ଯ୍ୟକଳାପ ନେଇ କିଛି ଲୋକ ପ୍ରତିନିଧି ,ଜନସାଧାରଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଉକ୍ତ ଦାବି ନେଇ ଆଜି ସମିତିସଭ୍ୟ କେ, ପ୍ରବୀଣ କୁମାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଦୀର୍ଘ ସମୟ ଧରି ଧାରଣା ଦେବା ଫଳରେ ସ୍ଥାନୀୟ କିଛି ଲୋକ ବି ଉକ୍ତ ଧାରଣାକୁ ସମର୍ଥନ ଜଣାଇ ସମାଗମ ହୋଇଥିଲେ । ପରେ ବିଭାଗୀୟ କର୍ତ୍ତୃପକ୍ଷ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ସମିତିସଭ୍ୟଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି।ରଣ୍ଡାରୁ ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟି ଓଡିଶା ଦର୍ପଣ

Read more

Local News