ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ସମନ୍ୟୁୟ ତୈଳକ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ଓ ସମ୍ବର୍ଦ୍ଧନା ସଭା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ଦେବଭୂମି ନାଧରା ସ୍ଥିତ ମା ରାମଚଣ୍ଡୀ ପିଠ ଠାରେ ତା ୭/୬/୨୦୨୬ ରିଖ ରବିବାର ଦିନ ଅନୁଷ୍ଠିତ ହୋଇଅଛି!ଏହି ସଭାରେ ସମନ୍ୟୁୟ କମିଟିର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ସଭାପତିତ୍ୱ କରିଥିଲେ!ଢେଙ୍କାନାଳ ଜିଲ୍ଲାର ଊପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଜାତୀୟ କୃତି ଛାତ୍ର ଛାତ୍ରୀ ଓ ସେମାନଙ୍କର ପିତାମାତାଙ୍କୁ ପ୍ରଶଂସା ପତ୍ର ଊତ୍ତରୀୟ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ!ଏହା ସହିତ ଓଡିଶା ପ୍ରଶାସନିକ ସେବା ଓଏସ ରେ ୧୪ତମ ସ୍ଥାନ ହାସଲ କରିଥିବା ଇନ୍ଦିପୁର ଗ୍ରାମର ଶ୍ରୀମାନ ଓମ ପ୍ରକାଶ ସାହୁ ଓ ତାଙ୍କ ପିତା ମାତାଙ୍କୁ ସମ୍ବର୍ଦ୍ଧନା ପତ୍ର ଊତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା!ଊକ୍ତ କାର୍ଯ୍ୟରେ ଊପସଭାପତି ଅନୂକୁଳ ସାହୁ, ଶ୍ରୀକାନ୍ତ କୁମାର ସାହୁ,ଶ୍ରୀଯୁକ୍ତ କୃପାସିନ୍ଧୁ ଖୁଣ୍ଟିଆ,ନରେନ୍ଦ୍ର କୁମାର ସୁବୁଦ୍ଧି,ବିଜୟ କୁମାର ସାହୁ,କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ସାହୁ,ବରିଷ୍ଠ ଊପଦେଷ୍ଟା ଶ୍ରୀଯୁକ୍ତ ପୁରୁସ୍ତମ ସାହୁ,ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ପଙ୍କଜ ଲୋଚନ ସାହୂ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ସମ୍ପାଦକ ଜ୍ଞାନେନ୍ଦ୍ର ସାହୁ,କୀର୍ତ୍ତିଚନ୍ଦ୍ର ଦାଶ,ମହେନ୍ଦ୍ର ବେହେରା ତଥା ସମସ୍ତ କର୍ମକର୍ତା ସ୍ୱ ଜାତୀୟ ଭାଇ ଓ ଭଉଣୀ ମାନେ ଊକ୍ତ କାର୍ଯ୍ୟକୁ ସହଯୋଗ କରିବା ସହିତ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷା, ପରିମଳ,ବୃକ୍ଷରୋପଣ ପାନୀୟ ଜଳ,ରକ୍ତ ଦାନ ଭଳି ମହତ କାର୍ଯ୍ୟ କରିବେ ବୋଲି ଦୃଢ଼ ପ୍ରତିଶୃତିବଦ୍ଧ ଦେଇଥିଲେ! ଢେଙ୍କାନାଳ ଊପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ଶିଶୁ ମାନଙ୍କ ଭବିଷ୍ୟତ କେମିତି ଗଢି ଊଠିବ ତାହା ବିଷୟରେ ଆଲୋକପାତ କରିଥିଲେ!
ଢେଙ୍କାନାଳରୁ ଦେବାଶିଷ ସାହୁଙ୍କ ରିପୋର୍ଟ ଓଡିଶା ଦର୍ପଣ ନିୟୁଜ!
Share
Read more