ବ୍ରହ୍ମପୁର : ଗ୍ରୀଷ୍ମରେ ରକ୍ତ ଅଭାବ ଦୂର କରିବାକୁ ଅଶୋକ ନଗର ଯୁବକ ସଂଘ ଏବଂ ସନ୍ତୁ ଆନ୍ନା ସୋସିଆଲ୍ ଓ୍ୱାକର୍ସ ଗ୍ରୁପ୍ ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ ରକ୍ତଦାନ ଶିବିର ଉଦ୍ଯାପିତ ହୋଇଛି। ଅଶୋକ ନଗର ଷଷ୍ଠ ଲାଇନ୍ରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ଆୟୋଜିତ ଶିବିରରେ ପାଞ୍ଚଦିନରେ ମୋଟ ୧୩୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଚଳିତବର୍ଷ ରେକର୍ଡ ନୁହେଁ, ଲୋକଙ୍କୁ ସଠିକ୍ ସମୟରେ ରକ୍ତ ଯୋଗାଇବା ପାଇଁ ଗତ ୬ତାରିଖରୁ ଶିବିର ଆରମ୍ଭ ହୋଇଥିଲା। ସମାଜସେବୀ ଏ.ହରି ପାତ୍ର, ଏ.ସନ୍ତୋଷ କୁମାର ପାତ୍ର, କୁମାର ସୁରଜ ମହାରଣା, ଶିବ ଶଙ୍କର ପାଢ଼ି, ଅମ୍ରିତ୍ ରାଜ୍, ଦୀପକ ଗୌଡ଼, ବିକ୍ରମ ଜେନା, କିରଣ ସାହୁ, ପି.ସତ୍ୟନାରାୟଣ, ବିକାଶ ପ୍ରଧାନ, କିରଣ ସ୍ବାଇଁ, ସୋନୁ ନାହାକଙ୍କ ସହ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଛନ୍ତି। ଡାକ୍ତରଖାନାକୁ ଆସୁଥିବା ଯେକୌଣସି ରୋଗୀର ରକ୍ତ ଆବଶ୍ୟକ ହେଲେ ସଂଘ ପକ୍ଷରୁ ରକ୍ତ ଯୋଗାଇଦିଆଯାଉଛି। ଗ୍ରୀଷ୍ମରେ ରକ୍ତ ଅଭାବ ଦୂର କରିବା ଏବଂ ଯୁବ ଓ ଛାତ୍ରଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିବା ଏହି ଶିବିରର ଲକ୍ଷ୍ୟ ବୋଲି କହିଛନ୍ତି ସମାଜସେବୀ ସନ୍ତୋଷ ପାତ୍ର।