Thursday, June 11, 2026
30 C
Brahmapur

ରିଅଲ ଷ୍ଟାର ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଗ୍ରୀଷ୍ମ କାଳୀନ ତାଲିମ ଶିବିର, ଅନ୍ତିମ ଦିବସରେ ନୃତ୍ୟରେ ଝୁମିଲେ ଶିଶୁ

Share

ବ୍ରହ୍ମପୁର ୧୧/୦୬ ରିୟଲ ଷ୍ଟାର ଡାନ୍ସ ଷ୍ଟୁଡିଓ ତରଫରୁ ସିଦ୍ଧାର୍ଥ ନଗର୍ ଠାରେ ଆୟୋଜିତ ଗ୍ରୀଷ୍ମ କାଳୀନ ନୃତ୍ଯ ଓ ଅନ୍ୟାନ୍ୟ କଳାର ତାଲିମ ଶିବିର ଉଦଯାପିତ ହୋଇଯାଇଛି । ନୃତ୍ୟ ଗୁରୁ ପ୍ରଦୀପ କୁମାର୍ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ କାର୍ଯ୍ଯକ୍ରମରେରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଖରା ଛୁଟିରେ ଏପରି ନୃତ୍ୟ କଳା ସହ ଅନ୍ୟାନ୍ୟ କଳାର ବିକାଶ ଲାଗି ଗୁରୁ ସେଠୀଙ୍କ ପ୍ରଶଂଶା କରିଥିଲେ । କେଭା ଇଣ୍ଡଷ୍ଟ୍ରି ର ଡ଼ା. ସୂର୍ଯ୍ୟନାରାୟଣ ମହାପାତ୍ର ଯୋଗ ଦେଇ ଖରା ଦିନରେ ଏପରି ତାଲିମ ର ଆବଶ୍ୟକତା ନେଇ ଗୁରୁତ୍ୱାରୋପ କରିଥିଲେ । ଶେଷରେ ପୁରସ୍କାର ବିତରଣ କାଯ୍ୟକ୍ରମ ସହ ଶିଶୁ ମାନଙ୍କ ଦ୍ବାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ବାଲ ଗଣେଶା ପ୍ଲେ ସ୍କୁଲ ଓ ଷ୍ଟୁଡିଓ ର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Read more

Local News