ବ୍ରହ୍ମପୁର ମହାନଗର ଠିକାଦାର ସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବହୁ ସଂଖ୍ୟକ ଠିକାଦାର ଯୋଗଦେଇ ଲେସ୍ ଟେଣ୍ଡର ବ୍ୟବସ୍ଥା ଯୋଗୁଁ ଉପୁଜୁଥିବା ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ସଂଘ ପକ୍ଷରୁ ସମସ୍ତ ଠିକାଦାରଙ୍କୁ ଲେସ୍ ଟେଣ୍ଡର ନ ପକାଇବା ପାଇଁ ଅନୁରୋଧ କରାଯାଇଥିଲା। ଅତ୍ୟଧିକ କମ୍ ଦରରେ ଟେଣ୍ଡର ପକାଇବା ଦ୍ୱାରା କାର୍ଯ୍ୟର ଗୁଣବତ୍ତା ହ୍ରାସ ପାଉଥିବା ସହ ଠିକାଦାରମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ନେଇ ସଭାରେ ମତ ପ୍ରକାଶ ପାଇଥିଲା। ସଂଘର ସଦସ୍ୟମାନେ ଏକତାବଦ୍ଧ ରହି ନ୍ୟାୟସଙ୍ଗତ ଓ ସ୍ୱଚ୍ଛ ଟେଣ୍ଡର ବ୍ୟବସ୍ଥା ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।
ସଭାରେ ଉପସ୍ଥିତ ସଦସ୍ୟମାନେ ସର୍ବସମ୍ମତିକ୍ରମେ ଲେସ୍ ଟେଣ୍ଡର ପ୍ରଥାକୁ ବିରୋଧ କରିବା ସହ ସରକାର ଓ ପ୍ରଶାସନଙ୍କୁ ଏହି ବ୍ୟବସ୍ଥା ଉପରେ ପୁନଃବିଚାର କରିବାକୁ ଦାବି କରିଥିଲେ। ଆଗାମୀ ଦିନରେ ମଧ୍ୟ ଏହି ଦାବି ନେଇ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି।
Share
Read more