ଗୋପାଳପୁର ଆନୁକୂଲ୍ୟରେ ଦକ୍ଷତା ବିକାଶ ସମବାୟ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଗୋପାଳପୁର(୨୯/୦୮):-ତାରିଖ ଶନିବାର ଦିନ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ, ଭୁବନେଶ୍ୱର ଅଧିନସ୍ଥ ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ବେଳାଭୂମି ଆନୁକୂଲ୍ୟରେ ହସ୍ତ ତନ୍ତ ବୁଣାକାର ସମବାୟ ସମିତିର ପରିଚାଳନା ପରିଷଦର ସଭ୍ୟ ଓ ସହକାରୀ ବୟନ ଶିଳ୍ପ ଓ ହସ୍ତ ତନ୍ତ ନିର୍ଦ୍ଦେଶାଳୟର କର୍ମଚାରୀ ମାନଙ୍କ ନିମନ୍ତେ ଏକ ଦିବସୀୟ ଦକ୍ଷତା ବିକାଶ ସମବାୟ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ କାର୍ଯ୍ୟକ୍ରମ ରେ ଶ୍ରୀ କୈଳାସ ଚନ୍ଦ୍ର ରଣା, ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ସମବାୟ ସଂଘ୍ , ଭୁବନେଶ୍ୱର, ଶ୍ରୀ ହୃଷୀକେଶ ମାହାଲି, ଉପ ନିର୍ଦ୍ଦେଶକ, ବୟନ ଶିଳ୍ପ ନିର୍ଦ୍ଦେଶାଳୟ, ବ୍ରହ୍ମପୁର, ଶ୍ରୀ ଅଶୋକ କୁମାର ରାୟ, ପ୍ରଶାସନିକ ଅଧିକାରୀ, ଟାଟା ଷ୍ଟିଲ, ଶ୍ରୀ ରାମମୋହନ ପାତ୍ର, ଅବସରପ୍ରାପ୍ତ ଉପ ନିବନ୍ଧକ, ସମବାୟ ସମିତି ସମୂହ, ମିସ୍ ଡି. ବିଜୟଲକ୍ଷ୍ମୀ, ଅଧ୍ୟାପକ, ସ୍କିଲ୍ ଡେଭଲପମେଣ୍ଟ, ଶ୍ରୀ ଉଦୟନାଥ ପ୍ରଧାନ, ଅବସରପ୍ରାପ୍ତ ଉପ ସହକାରୀ ନିରୀକ୍ଷକ, ଶ୍ରୀ ଡି. କ୍ରିଷ୍ଣାନନ୍ଦ, ଅଧ୍ୟକ୍ଷ, ଶ୍ରୀ ନାସିର ହୁସେନ, ଉପ ସହକାରୀ ନିବନ୍ଧକ, ବୟନ ଶିଳ୍ପ, ଶ୍ରୀମତୀ ମମତା ସାହୁ, ଅଧ୍ୟାପିକା, ସମବାୟ ପରିଚାଳନା ପ୍ରତିଷ୍ଠାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଶ୍ରୀ ରାମ ମୋହନ ପାତ୍ର ସମବାୟ ଆଇନ ଓ ନିୟମ କୁ ପାଥେୟ କରି ସମିତି ର ଆର୍ଥିକ ଓ ସାମାଜିକ ଏଵଂ ସାଂସ୍କୃତିକ ଅଭିବୃଦ୍ଧି ନିମନ୍ତେ ପ୍ରଶିକ୍ଷଣାର୍ଥୀ ମାନଙ୍କୁ ପ୍ରେରଣା ଦେଇଥିଲେ ଏଵଂ ଶ୍ରୀ ଅଶୋକ କୁମାର ରାୟ, ମିସ୍ ଡି.ବିଜୟଲକ୍ଷ୍ମୀ ସମିତିର ଦକ୍ଷତା ବୃଦ୍ଧି ଓ ନେତୃତ୍ଵ ଉପରେ ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ୫୦ ଜଣ ପରିଚାଳନା ପରିଷଦର ସଭ୍ୟ ଏଵଂ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ l ଏଥି ସହିତ ପ୍ରଶିକ୍ଷଣାର୍ଥୀ ମାନଙ୍କ ତରଫରୁ ଏହି ପ୍ରକାର ତାଲିମ୍ କାର୍ଯ୍ୟକ୍ରମ ସମୟlନୁଯାୟୀ ଆୟୋଜନ କରାଯିବା ନେଇ ସହମତି ପ୍ରକାଶ ପାଇଥିଲା।
ଏହି କାର୍ଯ୍ୟକ୍ରମକୁ ସମବାୟ ପରିଚାଳନା ପ୍ରତିଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ, ଏହାକୁ ଶ୍ରୀମତି ମମତା ସାହୁ, ଅଧ୍ୟାପିକା ସଂଯୋଜନା କରିଥିଲେ l

Read more

Local News