ରଙ୍ଗେଇଲୁଣ୍ଡା:- ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଅଟୋନଗର ପରିସରରେ ଥିବା ଏକ କାର୍ ସର୍ଭିସ୍ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଶୋରୁମ୍ ଭିତରେ ଥିବା ୩୦ଟି ମରାମତି ପାଇଁ ଆସିଥିବା କାର୍ ଓ ସରଞ୍ଜାମ ସବୁକୁଛି ଜଳି ପାଉଶଁ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ଟି କାର୍ କୋଟି ଟଙ୍କାର ଗାଡିଗୁଡିକ ସୁରକ୍ଷିତ ଥିବା ଦେଖିବାକୁ ମିଳିଛି । ସସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ କହିବା ମୁତାବକ ସକାଳ ୫ଟାରେ ନିଆଁ ସହ ଧୂଆଁ ବାହାରୁଥିବା ଦେଖିଥିଲେ । ତତକ୍ଷଣାତ ଅଗ୍ନିଶମ ବାହିନୀକୁ ଏନେଇ ଖବର ଦିଆଯାଇଥିଲା । ସୂଚନା ଆଧାରରେ ଅଗ୍ନିଶମ ବାହିନୀର ୩ଟି ଦଳ ସହ ଷ୍ଟାଇକିଂ ଟିମ୍ ପହଞ୍ଚିଥିଲେ । ଅତ୍ୟାଧୁନିକ ସେନ୍ସରରେ ସର୍ଭିସ ସେଣ୍ଟର ଲକ୍ ଥିବା କାରଣରୁ ସଟରକୁ ଭାଙ୍ଗି ଭିତରକୁ ପ୍ରବେଶ କରିବା ନିମନ୍ତେ ଅଗ୍ନିଶମ ବିଭାଗ ପକ୍ଷରୁ ଆୟତ୍ତ କରାଯାଇଥିଲା । ଆଜିର ଅପରେଶନରେ ରୋବୋଟିକ୍ ମନିଟର ବ୍ୟବହାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡି ନାହିଁ । ଏହା ସହ ସର୍ଭିସ୍ ସେଣ୍ଟର ପକ୍ଷରୁ ସନ୍ଧ୍ୟା ସୁଦ୍ଧା କ୍ଷୟକ୍ଷତିର ଆକଳନ କରିନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ସର୍ଭିସ ସେଣ୍ଟର ପକ୍ଷରୁ ଗୋଳନ୍ଥରା ଥାନା କିମ୍ବା କନିଷି ଅଗ୍ନିଷମ ବିଭାଗକୁ ଲିଖିତ ଅଭିଯୋଗ କୌଣସି କରାଯାଇନଥିବାରୁ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ରଙ୍ଗେଇଲୁଣ୍ଡା ବ୍ଲକରୁ ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ୍ ଓଡ଼ିଶା ଦାର୍ପଣ
Share
Read more