Saturday, June 13, 2026
33 C
Brahmapur

ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଏମଭି କନେଷ୍ଟବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ।

Share

ଗତ ୫ ତାରିଖ ସନ୍ଧ୍ୟା ସମୟରେ ଏମଭି କନେଷ୍ଟବଲ ଆଶୁତୋଷ ମୃଦଙ୍ଗିଆ ଙ୍କ ପତ୍ନୀ ସନ୍ଧ୍ୟା ନାୟକ ନିଜ ସ୍ୱାମୀ ଙ୍କୁ ବିଜିପୁର ସ୍ଥିତ ପୋଲିସ କ୍ୱାର୍ଟରରେ ନିଆଁ ଲାଗି ଜାଳିଦେଇଥିଲେ l ତେବେ ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ନିଆଁ ଲଗାଇ ଦେଲେ ବୋଲି ଏକ ଭିଡ଼ିଓ ଯୋଗେ ଅଭିଯୋଗ କରିଥିଲେ ଆଶୁତୋଷ l ନିଆଁ କେମିତି ଲାଗିଲା କିଏ ଲଗେଇଲା ସନ୍ଦେହ ଘେରରେ ଥିବା ବେଳେ ପୋଲିସ ସନ୍ଧ୍ୟା ନାୟକ ଓ ତାଙ୍କ ଭାଇ ନାମରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି l ତେବେ ପତ୍ନୀ ସନ୍ଧ୍ୟା ନାୟକ ଆଶୁତୋଷ ଙ୍କୁ ପିଟିବା ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା l ପୁରୁଷ ବନ୍ଧୁ ଙ୍କ ସହ କଥା ବାର୍ତ୍ତା ର ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା l ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୧୨ତାରିଖ ରେ ଆଶୁତୋଷଙ୍କ ମୃତ୍ୟୁ ଘଟିଛି । ପାଣ୍ଡବ ନଗର ଠାରେ ଶବ ରଖି ରାସ୍ତା ରୋକ କଲେ ମୃତ ଆଶୁତୋଷଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News