Saturday, June 13, 2026
33 C
Brahmapur

କେରଳରେ ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଦାବି

Share

ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ହରଡଙ୍ଗ ଗ୍ରାମର କେ. ହରିଶ୍ଚନ୍ଦ୍ର ରେଡ୍ଡୀ (୫୪)ଙ୍କ କେରଳରେ ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ହରିଶ୍ଚନ୍ଦ୍ର କେରଳରେ ନିର୍ମାଣ ଶ୍ରମିକ ଭାବେ ବିଗତ ଚାରି ବର୍ଷ ହେଲା କାର୍ଯ୍ୟ କରୁଥିଲେ । ଗତ ମେ ୩୧ ତାରିଖ ଦିନ ରହୁଥିବା ଘର ଛାତରୁ ଖସିଯିବା ଫଳରେ ତାଙ୍କ ଶରୀରରେ ବିଭିନ୍ନ ଅଂଶରେ ଗଭୀର ଆଘାତ ହେଲା ଏବଂ ତାଙ୍କୁ କେରଳର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ପାଞ୍ଚ ଦିନ ଚିକିତ୍ସା କଲା ପରେ ଠିକାଦାର ଜଣକ ଚଞ୍ଚକତା କରି ମରଣ ଅବସ୍ତାରେ ଟ୍ରେନ ଯୋଗେ ବ୍ରହ୍ମପୁର ପଠାଇ ଦେଇଥିବା ଅଭିଯୋଗ ହେଇଥିବା ବେଳେ ଟ୍ରେନରେ ଆସିବା ସମୟରେ ତାଙ୍କର ଆନ୍ଧ୍ରପ୍ରଦେଶର ଓଙ୍ଗୋଲେ ଷ୍ଟେସନରେ ମୃତ୍ୟୁ ଘଟିଲା । ଫଳରେ ତାଙ୍କ ସହ ଆସୁଥିବା ସହଯୋଗୀ ମର ଶରୀରକୁ ଓଙ୍ଗୋଲ ହସ୍ପିଟାଲରେ ନେଇ ସମସ୍ତ ସରକାରୀ ବ୍ୟବସ୍ଥା କରାଇ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତ୍ୟୁ ଶରୀରକୁ ଘରକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ସେ ହିଁ ତାଙ୍କ ପରିବାରର ରୋଜଗାର ସମ୍ପନ୍ନ ବ୍ୟକ୍ତି ଥିଲେ ତାଙ୍କ ରୋଜଗାର ଉପରେ ସ୍ତ୍ରୀ ,ପିଲା, ବୃଦ୍ଧ ବାପା ଓ ମା ନିର୍ଭର କରୁଥିଲେ । ବର୍ତ୍ତମାନ ତାଙ୍କ ପରିବାର ଆର୍ଥିକ ଏବଂ ସାମାଜିକ ସ୍ତରରେ ଭୁଶୁଡ଼ି ପଡ଼ିଛି । ସରକାର ଏହି ପରିବାରକୁ ଆର୍ଥିକ ସହାୟତା ପ୍ରଦାଦ ପାଇଁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍ . ଡମ୍ବରୁ ରେଡ୍ଡୀ ଦାବି କରିଛନ୍ତି ।
ରଣ୍ଡାରୁ ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡ଼ିଶା ଦର୍ପଣ

Read more

Local News