ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଦୁମୁଦୁମି ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ସୃଷ୍ଟି ହେଇଥିବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହଇ ତଦନ୍ତ ଜାରି ରହିଛି । ପୋଲିସ ସୂଚନା ଅନୁଯାୟୀ ଦୁମୁଦୁମି ଗ୍ରାମର ବଙ୍ଗଳା ଛକ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ ତହସିଲଦାର ଓ ରାଜସ୍ୱ ନିରିକ୍ଷକ ସରକାରୀ ଜମି ଚିହ୍ନଟ କରିଥିଲେ l ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ହେମନ୍ତ କୁମାର ସାହୁ ନିର୍ମାଣ ସ୍ତଳରେ ଟ୍ରାକ୍ଟର ଯୋଗେ ମାଟି ପକାଇବା କାମ ତଦାରଖ କରିଥିବା ସମୟରେ କିଛି ଗ୍ରାମବାସୀ ଲାଠି ଧରି ସେଠାରେ ପହଞ୍ଚିଥିଲେ । ଅଭିଯୋଗ ଅନୁସାରେ ସେମାନେ କମିଟି ନିଜମାନଙ୍କର ବୋଲି ଦାବି କରି ନିର୍ମାଣ କାମରେ ବାଧା ସୃଷ୍ଟି କରିଥିଲେ । ଏହା ସହ ହେମନ୍ତ ସାହୁ ଓ ତାଙ୍କ ଭାଇ ମୁରଲୀ ସାହୁଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଲାଠି ଗୋଇଠା ଓ ଚାପୁଡା ମାଡ ସହ ହେମନ୍ତଙ୍କ ବେକରେ ପାଦ ରଖି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗରେ ଉଲେଖ ରହିଛି। ଉଭୟ ଭାଇ ଆହାତ ହୋଇଥିବା ବେଳେ ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ଗୋଲନ୍ଥରା ଥାନାରେ ୨୧୬/୨୦୨୬ ନମ୍ବର ରୁଜୁ କରାଯାଇଛି I ପୋଲିସ ତଦନ୍ତ କରି ଦୁମୁଦୁମି ଗ୍ରାମର ସେଖ୍ ଅବଦୁଲ୍ (୪୦) ଓ ସୟଦ ଇମିତିହାଜ ଓରଫ ସୟଦ ବାବା ମିର (୨୯) ଗିରଫ କରିଛି । ସେମାନଙ୍କ ନିକଟରୁ ଦୁଇଟି ଲାତି ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଗୋଳନ୍ଥରା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରଣ୍ଡାରୁ ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡ଼ିଶା ଦର୍ପଣ
Share
Read more