Thursday, June 4, 2026
30.5 C
Brahmapur

ରେଲୱେ ଶ୍ରମିକ ୟୁନିୟନର ଅବସରକାଳୀନ ସମ୍ବର୍ଦ୍ଧନା

Share

ଭୁବନେଶ୍ୱର: (ରାଜେନ୍ଦ୍ର ପ୍ରସାଦ ନାୟକ) ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ସ୍ଥିତ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥିଲା। ପୂର୍ବ ତଟ ରେଳପଥ ଶ୍ରମିକ ୟୁନିୟନ ମହାମନ୍ତ୍ରୀ ପ୍ରଦୀପ୍ତ କୁମାର (ବାବୁ) ପାଟ୍ଟଶାଣୀଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶହ ଶହ ରେଳ କର୍ମଚାରୀ ଓ ରେଳ ଶ୍ରମିକ ୟୁନିୟନ ନେତା ଏବଂ କର୍ମୀ ଯୋଗ ଦେଇଥିଲେ। ରେଳୱେ ଶ୍ରମିକ ୟୁନିୟନ କାର୍ଯ୍ୟାଳୟରେ ୭ ଜଣ ତଥା ନିରଞ୍ଜନ ମହIରଣI, ଜୟନ୍ତ କୁମାର ଦାସ, ଜୟଦେବ ପ୍ରସାଦ ମହାନ୍ତି, ରଂଜିତ କୁମାର ଦାସ, ମାନସ ରଞ୍ଜନ ଷଢଙ୍ଗୀ, ପ୍ରଦୀପ କୁମାର ସାହୁ, ନିର୍ମଳ ଚନ୍ଦ୍ର ବଳ ପ୍ରମୁଖ ରେଳ କର୍ମଚାରୀଙ୍କ ଅବସର ଗ୍ରହଣ ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବିଦାୟୀ ରେଳ କର୍ମଚାରୀ ଏବଂ ଵିଶିଷ୍ଟ ରେଳ ଶ୍ରମିକ ୟୁନିୟନ ନେତା ତଥା ୟୁନିୟନର ଭୀଷ୍ମ ପିତାମହ ରୂପେ ପରିଚିତ ପୂର୍ବତନ ରେଳ ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଯେଉଁଥିରେ ପ୍ରତ୍ୟେକ ଅବସର ପ୍ରାପ୍ତ କ୍ୟାଡରଙ୍କୁ ସାଲ, ଉପ ଢୋକନ, ପୁଷ୍ପମାଳ, ମାନପତ୍ର ସହ ଏକ ଲଗେଜଉପହାର ସ୍ୱରୂପ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଯୁକ୍ତ ପାଟ୍ଟଶାଣୀ ନିଜ ବ୍ୟକ୍ତବ୍ୟରେ “ରେଲୱେ ଶ୍ରମିକ ୟୁନିୟନ ସଦା ସର୍ବଦା ରେଳ କର୍ମଚାରୀ ମାନଙ୍କ ସୁବିଧା ଅସୁବିଧା ଓ ସୁଖ ଦୁଃଖ ପାଇଁ ଲଢ଼େଇ କରିଆସୁଛି। ଆଗକୁ ମଧ୍ୟ ନିଜର ହକ ପାଇଁ ଲଢ଼େଇ ଜୋରଦାର ପ୍ରସ୍ତୁତି ପ୍ରଣାଳୀ ଆରମ୍ଭ ହୋଇଯାଇଛି। ସଦାସର୍ବଦା ଲାଲ ପତାକା ନିର୍ଭୟରେ ହକ ପାଇଁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା ଦିଆଯିବ। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମଣ୍ଡଳ ସଂଯୋଜକ କୌଶିକ ସାହା ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଜୋନାଲ ଫାଇନସ ସେକ୍ରେଟାରୀ ଏମଡ଼ି ଜାକିର , ନିର୍ମଳ କୁମାର ପରିଡ଼ା ଡେପୁଟି ଡ଼ିସି, ପି କେ ରାୟ, ମହେନ୍ଦ୍ର ନାୟକ, ଅଲତଫା ହୁସେନ, ରାଜୁ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read more

Local News