ଚିକିଟୀ- ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ଥିବା ବ୍ଲକ ଅଧ୍ୟକ୍ଷ ଆପାନ୍ନା ସେଠୀଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଏଵଂ ତାଙ୍କର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜନ କରାଯାଇଥିଲା। ଏଥିରେ ବିଡ଼ିଓ ଶ୍ରୀଯୁକ୍ତ ବିବେକାନନ୍ଦ ମିଶ୍ର, ତହସିଲଦାର ଶ୍ରୀଯୁକ୍ତ ବିଶ୍ୱରଞ୍ଜନ କହଁର,ଏବିଡ଼ିଓ ଶ୍ରୀଯୁକ୍ତ ଚଜ୍ରଧର ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ବି ରେଣୁକାମ୍ମା , ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ରାଙ୍ଗା ରାଓ, ଜନ ପ୍ରତିନିଧି, ବ୍ଲକ କର୍ମଚାରୀ, ବ୍ଲକ ଅନ୍ତର୍ଭୁକ୍ତ ବିଭିନ୍ନ ବିଭାଗୀୟ କର୍ମଚାରୀ ମାନେ ଯୋଗ ଦେଇଥିଲେ। ସମସ୍ତେ ସ୍ବର୍ଗତ ଆପାନ୍ନା ସେଠୀଙ୍କ ସ୍ମୃତିରେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରିଥିଲେ। ଅଫିସ କର୍ମଚାରୀ, ଜନସାଧାରଣ ତଥା ଜନପ୍ରତିନିଧି ମାନଙ୍କ ସହ ତାଙ୍କର ସୁସମ୍ପର୍କ ଏଵଂ ଉତ୍ତମ ବୁଝାମଣା ଥିଲା। ସଠିକ ଦାୟିତ୍ୱ ତୁଲାଇଥିବା ଯୋଗୁଁ ତାଙ୍କର ଲୋକପ୍ରିୟତା ପ୍ରଶଂସନୀୟ ଥିଲା। ତାଙ୍କର ଅକାଳ ବିୟୋଗ ଚିକିଟୀ ବ୍ଲକ କାର୍ଯ୍ୟାଳୟ ତଥା ସାରା ଚିକିଟୀ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଚିକିଟୀରୁ ଅରୁଣ ଉଦୟ ସାହୁଙ୍କ ରିପୋର୍ଟ।