Thursday, June 4, 2026
30.5 C
Brahmapur

ଅନ୍ତଃ ଜିଲ୍ଲା ସି.ଏମ ଟ୍ରଫି ବ୍ରହ୍ମପୁର ଜୋନର ଦ୍ଵିତୀୟ ଦିନ

Share

ବ୍ରହ୍ମପୁର ଜୋନରେ ଅନ୍ତଃ ଜିଲ୍ଲା ସି.ଏମ କପ ଆଜି ଅନ୍ତଃ ୧୪ ବର୍ଷୀୟ ବାଳିକା ବର୍ଗ ରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ମଧ୍ୟରେ ଖେଳା ଯାଇଥିଲା, କଳାହାଣ୍ଡି ବାଳିକା ଦଳର ଖେଳାଳି ହର୍ଷିତା ଦାସ ପ୍ରଥମେ ଗୋଲ କରିଥିଲେ ଏବଂ କଳାହାଣ୍ଡି ୧-୦ ଗୋଲ ରେ ନିଜ ପ୍ରଥମ ମ୍ୟାଚ ବିଜୟ ହାସଲ କରିଛି। ଏହି ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ସୀତାରାମ ଵେବରତା ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ କବାଡି ସମ୍ପାଦକ। ସେହି ପରି ଦ୍ଵିତୀୟ ମ୍ୟାଚ ବାଳିକା ବର୍ଗ ରେ କନ୍ଧମାଳ ଓ ଗଜପତି ଜିଲ୍ଲା ମଧ୍ୟରେ ଖେଳା ଯାଇଥିଲା, ଗଜପତି ବାଳିକା ଦଳ ୨-୦ ଗୋଲ କରି ବିଜୟୀ ହାସଲ କରିଥିଲେ ଏବଂ ଗଜପତି ଜିଲ୍ଲା ରୁ ଜାନି ରଶ୍ମିତା ଶବର ଓ ଲିଖିତ ଶବର ଗୋଟି ଗୋଟି ଗୋଲ କରି ଦଳ କୁ ବିଜୟ ଦେଇଥିଲେ। ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ଦେବେନ୍ଦ୍ର କଂହାର ପୂର୍ବତନ ଫୂଟବଲ ଖେଳାଳି। ମ୍ୟାଚ ପରିଚାଳନା କରିଥିଲେ ବନିତା ହେମରିକା, ରାହାନ୍ତି ସରକାର, ରେବତୀ ପୀଡିଷିକା, ରୋହିଲା ଭର୍ତ୍ତା ଏବଂ ମ୍ୟାଚ କମିଶନର ସୁଜିତ କୁମାର ପାତ୍ର ଓ ମନୋଜ କୁମାର ନାୟକ।ଅନ୍ତଃ ୧୪ ବାଳକ ବର୍ଗ ରେ ଦ୍ଵିତୀୟ ଦିନ ର ପ୍ରଥମ ମ୍ୟାଚ କଳାହାଣ୍ଡି ଓ ରାୟଗଡା ଦଳ ମଧ୍ୟରେ ଖେଳାଯାଇ ଥିଲା। କଳାହାଣ୍ଡି ୧-୦ ଗୋଲ ରେ ବିଜୟ ହାସଲ କରିଛନ୍ତି। କଳାହାଣ୍ଡି ଦଳ ରୁ ଶ୍ରୀ କ୍ରିଷ୍ଣା ନାୟକ ପ୍ରଥମେ ଗୋଲ କରି ଥିଲେ। ବାଳକ ବର୍ଗ ର ଦ୍ଵିତୀୟ ମ୍ୟାଚ କନ୍ଧମାଳ ଓ ଗଜପତି ଦଳ ମଧ୍ୟ୍ୟରେ ଖେଳା ଯାଇଥିଲା। କନ୍ଧମାଳ ଦଳ ୬-୨ ଗୋଲ କରି ବିଜୟ ହାସଲ କରିଥିଲେ। ଆଜି ର ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇଥିଲେ ଡ଼ି. ବାବୁ ରାଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ କୋଷାଧକ୍ଷ। ଏଥି ସହ ଗଞ୍ଜାମ ଜିଲ୍ଲା ର ସଦସ୍ୟ ଶ୍ରୀ କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଡ଼ି. ଡ଼ି ଗନ୍ତାୟତ, ବିଜୟ କୁମାର ପଟନାୟକ, ଜି. ଏମ ବାବୁ, ସୀତାରାମ ବେଵାର୍ତା, ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ଡ଼ି. ଆପ୍ପା ରାଓ, ଦୁର୍ଗା ପଟନାୟକ, ରାଜ ନାରାୟଣ ପାତ୍ର, ପ୍ରମୋଦ ମହାରଣା ଏବଂ ଜିଲ୍ଲା ର ବରିଷ୍ଠ ଫୂଟବଲ ଖେଳାଳି ମାନେ ମଧ୍ୟରେ ଉପସ୍ଥିତ ଥିଲେ। ଏହି ମ୍ୟାଚ ଗୁଡ଼ି କୁ ପରିଚାଳନା କରିଥିଲେ ଗରିବ ବେହେରା, ସମୀର ପ୍ରଧାନ, ବିଚିତ୍ର ଜେନା, ଖଗପତି ଖରା ଏବଂ ମ୍ୟାଚ କମିଶନର ସୁଜିତ କୁମାର ପାତ୍ର ଓ ମନୋଜ କୁମାର ନାୟକ ବୋଲି ଜେ. କାମେଶ୍ୱର ରାଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ସୂଚନା ଦେଇଛନ୍ତି।

Read more

Local News