ବ୍ରହ୍ମପୁର୍ ୦୪/୦୬ ଗୋଳନ୍ଥରା ନିକଟସ୍ଥ ମାଁ ଭୁବନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏ ଡି ଏସ୍ ଡାନ୍ସ ଷ୍ଟୁଡିଓ ପକ୍ଷରୁ ସପ୍ତମ ଗ୍ରୀଷ୍ମ କାଳୀନ ନୃତ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏଡିଏସ ଗୃପର ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଶଙ୍କର ରାଉଳଙ୍କ ନେତୃତ୍ୱରେ ବହୁ ଧୁମ୍ ଧାମରେ ଏହି କାଯ୍ୟକ୍ରମ ଆୟୋଜିତ ହୋଇଥିଲା ,
ଏଥିରେ ମୁଖ୍ୟ ଅତିଥି ଭାବେ , ସମାଜସେବୀ ଦୀପକ କୁମାର ଜେନା ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଶଙ୍କର ପଟ୍ଟନାୟକ, ସୁସାନ୍ତ କୁମାର ସାହୁ, ଆନନ୍ଦ ରାଉଳ, କେ. ରାଜ କୁମାର ସେନାପତି, ସମୀର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ, ସାମ୍ବାଦିକ ସୁଦର୍ଶନ ରାଉଳ , ରାଜେନ୍ଦ୍ର ରାଉଳ, ସାଧନା ପାଢ଼ୀ, ଗଣପତି ସେଠୀ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ମାନପତ୍ର ପ୍ରଦାନ କରିବା ସହ ଏ ଡି ଏସ ଡାନ୍ସ ଷ୍ଟୁଡିଓର ପିଲାମାନେ କିଭଳି ସେମାନଙ୍କ ପ୍ରତିଭା ଉଚ୍ଚ ସ୍ତରରେ ପହଞ୍ଚାଇ ପାରିବେ ଏବଂ ବାପା ମାଆଙ୍କ ନାମ ରଖିବେ ସେ ସମ୍ପର୍କ ରେ କହିବା ସହ ଏଥିଲାଗି ଗୁରୁ ଶଙ୍କର ଙ୍କୁ ଧନ୍ୟବାଦ ଜଣାଇଥିଲେ । ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲାସ୍ତରରୁ ଏବଂ ରାଜ୍ୟ ତଥା ଜାତୀୟ ସ୍ତରରେ ନୃତ୍ୟ ପ୍ରତିଭାକୁ ବିକଶିତ କରିବା ହେଉଛି ଏ ଡି ଏସ ଡାନ୍ସ ଷ୍ଟୁଡିଓର ମୂଖ୍ୟ ଲକ୍ଷ୍ୟ ବୋଲି ଗୃପର ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଶଙ୍କର କହିଥିଲେ । ଏଠାରେ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଛ ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗୃପର ପିଲାମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରା ଯାଇଥିବା ବେଳେ ମୁଖ୍ୟ ଆକର୍ଷଣ ସାଜିଥିଲା କାଙ୍ଗୁଳା ନୃତ୍ୟ ସହ ପିଲାମାନଙ୍କ ଫ୍ୟାସନ ସୋ । ଏହି କାର୍ଯ୍ୟକ୍ରମ ରେ ଆକର୍ଷଣ ଭାବେ ବ୍ରହ୍ମପୁର ଭାଇନା ସତ୍ୟ ଏବଂ ତାଙ୍କ ଟିମ୍, ପିଙ୍କି ସାହୁ ଏବଂ ତାଙ୍କ ଟିମ୍,ପ୍ରଶାନ୍ତ ସାହୁ,କିରଣ ଚୈଧୁରୀ , ଖୁସି ପ୍ରଧାନ, ନମ୍ରତା , ରିଶି, ଚାନ୍ଦିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ , ବହୁ ଦର୍ଶକ ଏଠାରେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ନୃତ୍ୟ ଓ ସଙ୍ଗୀତ କୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅତି ଶୃଙ୍ଖଳାର ସହିତ ଉମାକାନ୍ତ ସେଠୀ, ବଳରାମ ସାହୁ,ସାହିଲ ରାଉଳ, ବର୍ଷା ଜେନା, ବାବୁଲା ଜେନା, ଚନ୍ଦନ ସେଠୀ, ପ୍ରେମାନନ୍ଦ ରାଉଳ, ଜ୍ୟୋତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ରଶ୍ମୀତା ଦଳାଇ କାଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।
Share
Read more