Thursday, June 4, 2026
30.5 C
Brahmapur

ଭତ୍ତା ପାଣ୍ଠିରୁ ୧୨.୩୦ ଲକ୍ଷ ହେରଫେର, ପିଇଓ ଗିରଫ

Share

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକରେ ସରକାରୀ ଉନ୍ନୟନ ଅର୍ଥ ଓ ଭତ୍ତା ଟଙ୍କା ହଡ଼ପ ଭଳି ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ଭତ୍ତା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ପାଣ୍ଠିରୁ ପ୍ରାୟ ୧୨ ଲକ୍ଷ ୩୦ ହଜାର ଟଙ୍କା ହେରଫେର ହୋଇଥିବା ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ତ୍ରିଲୋଚନ ନାୟକଙ୍କୁ ପୁଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ପିଇଓ ଙ୍କୁ ଚାକିରି ରୁ ନିଲମ୍ବନ ଆଦେଶ କରିଛନ୍ତି ଜିଲ୍ଲା ପ୍ରଶାସନ। ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

Read more

Local News