ବ୍ରହ୍ମପୁର ସଦାନନ୍ଦ ବିହାର ଅଞ୍ଚଳ ବାସୀ ବ୍ରହ୍ମପୁର ପ୍ରବେଶର ମୁଖ୍ୟ ରାସ୍ତା ଠାରୁ ଚତୁର୍ଥ ଗଳି ପ୍ରବେଶ ସମୟରେ ଅସୁରକ୍ଷିତ ଥିବା ରାସ୍ତାକୁ ସୁରକ୍ଷିତ ଭାବେ ନିର୍ମାଣ କରିବା ଏବଂ ବ୍ରହ୍ମପୁର ପ୍ରବେଶର ମୁଖ୍ୟ ରାସ୍ତାରେ ହମ୍ପସ ଦେବା ପାଇଁ ଜେ. ଇ ଙ୍କୁ ଅନୁରୋଧ କରିଥିଲେ।ଏହି ସମୟରେ ଉକ୍ତ ସ୍ଥାନରେ ପି. ଡବ୍ଲୁ. ଡି ଜେ. ଇ ଠିକା କାଯ୍ୟ ନିରୀକ୍ଷକ ଏବଂ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ନରସିଂହ ବେହେରା, ନରସିଂହ ପାଢ଼ୀ, ବୀରେନ୍ଦ୍ର ନାରାୟଣ ପାଣିଗ୍ରାହୀ, ଅସୀମ ଅମିତାଭ ପଟ୍ଟନାୟିକ, ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, କେ. ପ୍ରକାଶ, ମିଶ୍ର ବାବୁ ଏବଂ ମାଝୀ ବାବୁ ସମସ୍ତ ଉପସ୍ଥିତ ରହିଥିଲେ। ଏହି ସବୁ ସମସ୍ୟାକୁ ଜେ. ଇ ସମାଧାନ କରି ଅଞ୍ଚଳ ବାସୀଙ୍କ ଯିବା ଆସିବା ସୁରକ୍ଷିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।