Saturday, June 13, 2026
33 C
Brahmapur

ହତ୍ୟା ଧମକ ଦେଇ ଜେଲ ଫେରନ୍ତା ମୁନା ଗିରଫ

Share

ଜଟଣୀ:( ରାଜେନ୍ଦ୍ର ପ୍ରସାଦ ନାୟକ) ଗତ କାଲି ଅର୍ଥାତ ୦୮.୦୬.୨୦୨୬ ରାତି ପ୍ରାୟ ୮ ଟା ସମୟରେ ଅଭିଯୁକ୍ତ ସୋମନାଥ ପ୍ରଧନ ଓରଫ ମୁନା ଏକ ଖଣ୍ଡା ଧରି ଖୁଦୁପୁର ଗାଁରେ ବୁଲାବୁଲି କରି ଆତଙ୍କ ସୃଷ୍ଟି କରୁଥିଲେ । ସେ ଗ୍ରାମବାସୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବୋମା ଫିଙ୍ଗି ହତ୍ୟା କରିଦେବାର ଧମକ ଦେଉଥିଲେ ଏବଂ ଜୋରପୂର୍ବକ “ଦାଦାବଟି” ଦାବୀ କରୁଥିଲେ । ଆଜି ସକାଳ ପ୍ରାୟ ୯ ଟା ସମୟରେ ଅଭିଯୁକ୍ତ ପୁଣିଥରେ ଏକ ଖଣ୍ଡା ଓ ହାତ ତିଆରି ବୋମା ସଦୃଶ ବସ୍ତୁ ଧରି ଦେବଦତ୍ତ ବଳିୟାରସିଂହଙ୍କ ଘର ନିକଟକୁ ଆସି ଅଭିଯୋଗକାରୀ ସହ ତାଙ୍କ ପିତା ଏବଂ ପରିବାରର ମହିଳା ସଦସ୍ୟ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଓ ବୋମା ଫିଙ୍ଗି ହତ୍ୟା କରିଦେବାର ଧମକ ଦେଇଥିଲେ । ଅଭିଯୋଗକାରୀ ଏହାର କାରଣ ପଚାରିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଖଣ୍ଡାରେ ଆକ୍ରମଣ କରିଥିଲେ । ତେବେ ଅଭିଯୋଗକାରୀ କୌଶଳକ୍ରମେ ସେହି ଆକ୍ରମଣରୁ ବର୍ତ୍ତି ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲେ । ଯିବା ସମୟରେ ମଧ୍ୟ ସେ ଅଭିଯୋଗକାରୀଙ୍କୁ ହତ୍ୟା କରିବାର ଧମକ ଦେଇଯାଇଥିଲେ । ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିଥିଲେ ।
ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ବିରୋଧରେ ଆବକାରୀ ଆଇନ ଏବଂ ବ୍ରାଉନ ସୁଗାର କାରବାର ସମ୍ବନ୍ଧୀୟ ଅନେକ ମାମଲା ରହିଛି । ଜେଲରୁ ବାହାରିବା ପରେ ସେ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସହ ଲୋକମାନଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରୁଥିଲେ ଏବଂ ବିଭିନ୍ନ ବେଆଇନ କାର୍ଯ୍ୟକଳାପ କରି ସାଧାରଣ ଜନଶାନ୍ତି ଓ ଆଇନ-ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଥିଲେ । ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତ ସୋମନାଥ ପ୍ରଧାନ ଓରଫ ମୁନାଙ୍କୁ ଗିରଫ କରିବା ସହ ତାଙ୍କ ହେପାଜତରୁ ଏକ ଖଣ୍ଡା ଜବତ କରିଥଲେ । ପଚରାଉଚରା ବେଳେ, ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ୭ ଗୋଟି ଭିନ୍ନ ଅପରାଧିକ ମାମଲା ରହିଥିବା ଜଣାପଡିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲିଛି ।

Read more

Local News