ଜନ୍ମାଷ୍ଟମୀ ଉପଲକ୍ଷେ ସାତକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

Share

ରଙ୍ଗେଇଲୁଣ୍ଡା:୪/୯:-ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ରଣ୍ଢା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ରଣ୍ଢା ଗ୍ରାମସ୍ଥିତ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ସାତକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆୟୋଜିତ ହୋଇଯାଇଛି।ଏହି ମହାଯଜ୍ଞରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ମା’ ବେଦମାତା ଗାୟତ୍ରୀଙ୍କ ବିଭୂକୃପା ଲାଭ କରିଥିଲେ। ଧାର୍ମିକ ପରିବେଶ ମଧ୍ୟରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହେବା ପରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ପ୍ରତ୍ୟେକ ସଂକ୍ରାନ୍ତିରେ ରଣ୍ଢା-ଚିକରଡ଼ା ରୋଡ୍‌ସ୍ଥିତ ମିଲ୍‌ ନିକଟରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି। ଏହି ଧାର୍ମିକ ପରମ୍ପରା ଅଞ୍ଚଳବାସୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଓ ଭାଇଚାରା ବୃଦ୍ଧିରେ ସହାୟକ ହୋଇଆସୁଛି।ରଙ୍ଗେଇଲୁଣ୍ଡା ବ୍ଲକ ପ୍ରତିନିଧି ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡିଶା ଦର୍ପଣ

Read more

Local News