ରଙ୍ଗେଇଲୁଣ୍ଡା ୪/୯:-ଆଉ କିଛି ଦିନ ପରେ ଅଗ୍ର ପୂଜା ଗଣେଶ ପୂଜା ଥିବାରୁ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ଓ କଲିକତା ସହରର ଚିତ୍ରକାର ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ରହିଛନ୍ତି । ମାଟି ମୂର୍ତ୍ତି ପ୍ରଦୂଷଣ ମୁକ୍ତ ସହଜରେ ଜଳରେ ମିଳେଇ ଯାଉଥିବାରୁ ବର୍ତ୍ତମାନ ମାଟି ମୂର୍ତ୍ତି ପ୍ରତି ଲୋକେ ଆକୃଷ୍ଟ ହେଉ ଥିବାରୁ ଦେଖିବାକୁ ମିଳିଛି । ମାଟି ମୂର୍ତ୍ତି ଟିଏ ଗଢିବା ପାଇଁ ମାଟି, କୁଟା, କନା, ବାଉଶଁ, କାଠ, ପିଢା, ସୁତୁଲୀ, ରଙ୍ଗ ତୁଳୀ ଏହି ଭଳି ବିଭିନ୍ନ ସରଞ୍ଜାମର ଆବଶ୍ୟକ ହୋଇଥାଏ । ମାଟି ମୂର୍ତ୍ତି ନିର୍ମାଣ କରିବା ପାଇଁ ଗୋଟିଏ ମାସ ପୂର୍ବରୁ ମୂର୍ତ୍ତି ତିଆରି କରିବା ପାଇଁ ବିଭିନ୍ନ ସରଞ୍ଜାମ ସଂଗ୍ରହ କରି ରଖିବା ସହ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥାନ୍ତି । ମାଟି ମୂର୍ତ୍ତି ଗଢିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ନିର୍ମାଣ ଅନୁସାରେ ସେତିକି ପରିଶ୍ରମିକ ପାଇପାରୁ ନଥିବା କଲିକତା କାରିଗରମାନେ ପ୍ରକାଶ କରିଛନ୍ତି । ମାଟି ମୂର୍ତ୍ତି କାରିଗରମାନେ ମାର୍ଟି ମୂର୍ତ୍ତି ଗଢିବାରେ ବ୍ୟସ୍ତ ଅଛନ୍ତି । ଦିର୍ଘ ୧୮ ବର୍ଷ ହେଲା ସେମାନେ ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଡା ଗ୍ରାମରେ ମୂର୍ତ୍ତି ନିର୍ମାଣ କରୁଛନ୍ତି ବୋଲି କାରିଗର ମାନେ ପ୍ରକାଶ କରିଛନ୍ତି ୩୦ ରୁ ୪୦ ମୂର୍ତ୍ତି ବିକ୍ରି ହୋଇଥିବା ପ୍ରକାଶ କରିଛନ୍ତି।
ରଙ୍ଗେଇଲୁଣ୍ଡା ବ୍ଲକ ପ୍ରତିନିଧି ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡିଶା ଦର୍ପଣ
Share
Read more