ବ୍ରହ୍ମପୁର:- ଗୋସାଇଁନୁଆଗ୍ରାମ ସ୍ଥିତ ଉତ୍ତରେଶ୍ଵର ମନ୍ଦିର ବଡ଼ଦାଣ୍ଡରେ ଥିବା ଉତ୍ତରେଶ୍ଵର ଭବନ ଠାରେ ଆସନ୍ତା ୧୯/୦୩/୨୦୨୭ ରେ ହେବାକୁ ଥିବା ୧୦୮ ସାମୁହିକ ବ୍ରତପନୟନ ଉତ୍ସବ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ ରେ ଉତ୍ସବ କମିଟି ମୁଖ୍ୟ ଶ୍ରୀଯୁକ୍ତ ପଞ୍ଚାନନ ଚୌଧୁରୀ ପ୍ରତି ଦୁଇ ବର୍ଷ ରେ ଥରେ ହେଉଥିବା ୧୦୮ ସାମୂହିକ ବ୍ରତପନୟନ ଉତ୍ସବର ସାମ୍ୟକ ସୂଚନା ପ୍ରଦାନ କରିବା ପରେ ସମ୍ପାଦକ ରାମ ଚନ୍ଦ୍ର ସାହୁ ଉତ୍ସବ ଆୟୋଜନ ର ବିବରଣୀ ରଖିଥିଲେ । କର୍ମକାଣ୍ଡ ବିଶାରଦ ପଣ୍ଡିତ ଶ୍ରୀ ଅଶୋକ ପାଢ଼ୀଙ୍କ ତତ୍ୱବାଧାନରେ, ପଣ୍ଡିତ ଶ୍ରୀ ଉମା ବଲ୍ଲଭ ଦାଶ , ପଣ୍ଡିତ ଶ୍ରୀ ନରସିଂହ ପାଢ଼ୀ , ପଣ୍ଡିତ ଶ୍ରୀ ଟୋକା ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ର ରୂପରେଖ ବିଷୟରେ ରେ ବିସ୍ତୃତ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଦିଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କୁ ଆମନ୍ତ୍ରଣ କରାଯିବାର ପ୍ରସ୍ତାବ ପଣ୍ଡିତ ଶ୍ରୀ ଅଶୋକ ପାଢ଼ୀ ଆଗତ କରିଥିଲେ । କାର୍ତ୍ତିକ ପାଣିଗ୍ରାହି କାର୍ଯ୍ୟକ୍ରମ ସଂଚାଳନ କରିଥିଲା ବେଳେ କୋଷାଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ଦେବରାଜ ଚୌଧୁରୀ , କୃଷ୍ଣ ଚନ୍ଦ୍ର ପଢିଆଳି , ଗଣେଶ ସାହୁ , ବାବୁଲା ପାଳ , ଅଜିତ ରାଉଳ , ବିଜୟ ପଟ୍ଟନାୟକ ତଥା ଗୋସାଇଁନୁଆଗ୍ରାମ ର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗ ଦେଇ ସହଯୋଗର ହାତ ବଢାଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରାସାଦ ସେବନ ଅନୁଷ୍ଟିତ ହୋଇଥିଲା ।